Odisha Link
Bridging the Missing Links in Odisha

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି। ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ସଂରକ୍ଷିତ ଅଞ୍ଚଳରେ ନିଆଁ ଜାଳିବା, ଜୋରରେ ଶବ୍ଦ(ମାଇକ୍, ବକ୍ସ ଆଦି ବଜାଇବା) କରିବାକୁ ବାରଣ କରାଯାଇଛି। ବନ୍ୟଜନ୍ତୁଙ୍କଠାରୁ ୧୫ ମିଟର ଦୂରରେ ରହି ପର୍ଯ୍ୟଟକମାନେ ଦେଖିପାରିବେ। ସେମାନେ ବିଶ୍ରାମ ନେଉଥିବା ସମୟରେ ବାଧା ସୃଷ୍ଟି ନ କରିବା, ଜଙ୍ଗଲରେ ଥିବା ବିଭିନ୍ନ ପ୍ରଜାତିର ବୃକ୍ଷ, ସରୀସୃପ, ଲତା ଜାତୀୟ ଫୁଲ, ଫଳ ଆଦି ନଷ୍ଟ କରିପାରିବେ ନାହିଁ। ବନ୍ୟଜନ୍ତୁଙ୍କୁ ଖାଦ୍ୟ ସାମଗ୍ରୀ ବି ଦେଇପାରିବେ ନାହିଁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଜଙ୍ଗଲ ଭିତରେ ବୁଲିବାକୁ ଯିବା ସମୟରେ ପୋଷା ଜୀବଜନ୍ତୁ ଯଥା କୁକୁର, ବିରାଡ଼ି, ନେଉଳ ଆଦିଙ୍କୁ ସାଙ୍ଗରେ ନ ନେବାକୁ ପରାମର୍ଶ ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ତଥା ଜଙ୍ଗଲ ଭିତରକୁ ପ୍ରବେଶ ପୂର୍ବରୁ ଅନୁମତିପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ଅଞ୍ଚଳ ତଥା ନିଷିଦ୍ଧାଞ୍ଚଳକୁ ଯିବାକୁ ବାରଣ କରାଯାଇଛି। ଏଥିସହ ବନ୍ୟପ୍ରାଣୀଙ୍କୁ ଦୂରରୁ ଦେଖିବା, ସେମାନଙ୍କୁ ନ ଚିଡ଼ାଇବାକୁ ବି କୁହାଯାଇଛି। ଗାଡ଼ିରେ ବୁଲିବା ସମୟରେ ବାଟରେ ବନ୍ୟଜନ୍ତୁ ଆସି ପାରନ୍ତି। ତେଣୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ଗାଡ଼ିର ବେଗ ଧୀର ରଖିବା, ହର୍ଣ୍ଣ ନ ବଜାଇବା, ବନ୍ୟଜନ୍ତୁଙ୍କୁ ନ ଡରାଇବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପର୍ଯ୍ୟଟକ, ବ୍ୟକ୍ତିବିଶେଷ ଏହି ନିୟମ ପାଳନ ନ କରନ୍ତି, ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Comments are closed.