ଆରମ୍ଭ ହେଲା ତୋଷାଳି ମେଳା
ଭୁବନେଶ୍ବର: ଆରମ୍ଭ ହୋଇଛି ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ଦେଶର ହସ୍ତଶିଳ୍ପ ଓ ହସ୍ତତନ୍ତର ପସରା ସହ ଜନତା ମୈଦାନରେ ଆରମ୍ଭ ହୋଇଛି ଏହି ମେଳା। ଗତକାଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ମେଳାକୁ ଉଦ୍ଘାଟନ କରିଛନ୍ତି। ଏହି ମେଳାରେ ହସ୍ତଶିଳ୍ପ ଓ ହସ୍ତତନ୍ତର ୩୮୦ଟି ଷ୍ଟଲ୍ ଖୋଲାଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାର ଅଂଶଗ୍ରହଣ କରିଛନ୍ତି। ରାଜ୍ୟର ୧୫୦ଶହ ହସ୍ତଶିଳ୍ପୀ କାରିଗରଙ୍କ ସମେତ ୮୦ଜଣ ବୁଣାକାର ରାଜ୍ୟର ସମୃଦ୍ଧ ହସ୍ତତନ୍ତର ପ୍ରଦର୍ଶନ ଓ ବିକ୍ରିବଟା ଆରମ୍ଭ କରିଛନ୍ତି। ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ୧୨ଟି ଅନୁଷ୍ଠାନ ମଧ୍ୟ ନିଜର ଷ୍ଟଲ୍ ଖୋଲିଛନ୍ତି। ପ୍ରତ୍ୟେକ ଦିନ ସକାଳ ୧୧ ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ।
ଉଦ୍ଘାଟନୀ ଉତ୍ସବରେ ଜୀବନବ୍ୟାପୀ ସାଧନା ନିମନ୍ତେ ହସ୍ତଶିଳ୍ପୀ ବନମାଳୀ ମହାପାତ୍ରଙ୍କୁ ୨୦୧୮ ବର୍ଷ ପାଇଁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଛି। ଏଥିସହ ୩ଟି ରାଜ୍ୟକୁ ହସ୍ତଶିଳ୍ପ ପୁରସ୍କାର ଓ ୮ ଜଣ ହସ୍ତଶିଳ୍ପୀଙ୍କୁ କଳାକୃତି ସମ୍ମାନ ପ୍ରଦାନ କରାଯାଇଛି। ଏହି ମେଳାକୁ ସମୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି।ଏହି ମେଳାରେ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ପରିବେଷଣ ସହ ସୁଆଦିଆ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି।
Comments are closed.