ଜାମିଆ ହିଂସା: ୧୦ ଜଣ ଗିରଫ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଓ ପୋଡାଜଳା ଦେଖାଦେଇଛି। ରବିବାର ଦିନ ଦିଲ୍ଲୀର ଜାମିଆ ଅଞ୍ଚଳରେ ବିକ୍ଷୋଭକାରୀମାନେ ୩ଟି ବସ୍, ଗାଡି ପୋଡଜଳା ସହ ବ୍ୟାପକ ହିଂସା ଦେଖାଦେଇଥିଲା । ପୋଲିସ ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ୧୦ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ପ୍ରାୟତ ଅପରାଧୀଙ୍କ କାର୍ଯ୍ୟରେ ଜଡିତ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବ୍ୟାପକ ହିଂସା ଦେଖାଦେଇଥିଲା। ହିଂସାର ପରିମାଣ ଏତେ ଥିଲା ଯେ ଆନ୍ଦୋଳନକାରୀମାନେ ଡିଟିସିର ୩ଟି ବସ୍, ଗୋଟିଏ ଜିପ୍ ପୋଡିଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ଉଦ୍ୟମ କରୁଥିବାବେଳେ ଉଭୟଙ୍କ ଉପରକୁ ପଥରମାଡ ହୋଇଥିବାର ଅଭିଯୋଗ ହୋଇଛି। ତେବେ ପୋଲିସ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ୧୦ଜଣଙ୍କ ଗିରଫ କରିଛି।
Comments are closed.