ଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ଵପୂର୍ଣ୍ଣ ବୈଠକ ମଙ୍ଗଳବାର ସନ୍ଧ୍ୟା ୫ଟା ୪୫ରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଉଚ୍ଚଶିକ୍ଷା, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ସମ୍ପର୍କିତ କେତେକ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ଏହି ବୈଠକରେ ପ୍ରାୟ ୧୦ଟି ପ୍ରସ୍ତାବ ଅନୁମୋଦନ କରାଯିବ। ଏଥିସହ ମୁଖ୍ୟତଃ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ସଂକ୍ରାନ୍ତ ନିଷ୍ପତ୍ତି, ସତ୍ୟବାଦୀରେ ଓଡ଼ିଆ ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟ, ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ନିମନ୍ତେ ଥଇଥାନ ପ୍ୟାକେଜ ପ୍ରଭୃତି ବିବିଧ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ସମସ୍ତ ମନ୍ତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି।
Comments are closed.