ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ ଦଳ: ଅମିତ ଶାହ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଆନ୍ଦୋଳନ। ଏନେଇ ପ୍ରଧାନମନ୍ତ୍ରୀ ଦେଶରେ ଶାନ୍ତି ବଜାୟ ରଖିବା ନେଇ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ହେଲେ ସ୍ଥିତି ସୁଧୁରୁନାହିଁ।
ଆଜି ଏନେଇ ବିରୋଧୀ ଦଳ ଗୁଡ଼ିଙ୍କୁ କଡ଼ା ସମାଲୋଚନା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ତମାମ ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏଥିସହିତ କାହାରି ନାଗରିକିତ୍ବ ଚାଲିଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ଅମିତ ଶାହ।
Union Home Minister Amit Shah on Citizenship Amendment Act: Entire opposition is misleading the people of country. I reiterate that there is no question of taking away citizenship of any person from any minority community. There is no such provision in the bill. pic.twitter.com/vkkkO3y4WH
— ANI (@ANI) December 17, 2019
କାହାରି ନାଗରିକତା ରଦ୍ଦ ହେବ ନାହିଁ ବୋଲି ମୁଁ ଆଉଥରେ ସ୍ପଷ୍ଟ କରୁଛି। କୌଣସି ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କ ନାଗରିକତା ଆଦୌ ଯିବନି। ଏନେଇ ବିଲରେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ କରି କହିଛନ୍ତି ଅମିତ ଶାହ।
Comments are closed.