ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ-୨୦୨୦ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଏକ କାଳୀନ ହେବ। ଏଥିସହ ଚଳିତବର୍ଷ ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା କରାଯାଉଥିବାରୁ ପରୀଷାକୁ ସ୍ବଚ୍ଛ ଏବଂ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବ ବର୍ଷଭଳି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଆଉ ଅବଜେକ୍ଟିଭ୍ ପାର୍ଟରେ ୫୦ ନମ୍ବର ବିଶିଷ୍ଟ ଓଏମ୍ଆର୍ ପ୍ରଶ୍ନପତ୍ର ଆସିବ ନାହିଁ। ଏହା ବଦଳରେ ଚଳିତ ବର୍ଷ ସଂକ୍ଷିପ୍ତ ଉତ୍ତରମୂଳକ (୧ ନମ୍ବର ବିଶିଷ୍ଟ) ୫୦ ଟି ପ୍ରଶ୍ନ ଆସିବ। ଯାହାର ଉତ୍ତର ଛାତ୍ରଛାତୀମାନଙ୍କୁ ପ୍ରଶ୍ନପତ୍ର ବୁକଲେଟରେ ଲେଖିବାକୁ ପଡିବ କିନ୍ତୁ ପୂର୍ବବର୍ଷ ଭଳି ଏହି ବର୍ଷ ମଧ୍ୟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଏହି ଢାଞ୍ଚା ପରିବର୍ତ୍ତନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।
ସୂଚନାମୁ୍ତାବକ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ୩ ଦିନ ଧରି ବୈଠକ ହୋଇଥିଲା ଏହି ବୈଠକରେ ସମସ୍ତ ଜିଲ୍ଲା ଓ ନୋଡାଲ ସେଣ୍ଟର ତାଲିକା ଦାଖଲ କରାଯାଇଛି। ୧୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ସ୍କୁଲ୍କୁ ପରୀକ୍ଷା କେନ୍ଦ୍ର କରିବାକୁ ନିୟମ ଥିବାବେଳେ ଚଳିତବର୍ଷ ୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ସ୍କୁଲ୍କୁ ପରୀକ୍ଷା କେନ୍ଦ୍ର କରାଯାଇଛି।ଦୂରତା ଦୃଷ୍ଟିରୁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି।