ଜାନୁଆରୀରେ ପିସିସି ସଭାପତି ଘୋଷଣା: ନିରଞ୍ଜନ
ଭୁବନେଶ୍ବର: ଆସନ୍ତା ଜାନୁଆୟୀରେ ପିସିସି ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘୋଷଣା କରାଯିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ଦେଶରେ ଅର୍ଥନୈତିକ ସ୍ଥିତି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଭାରତ ବଞ୍ଚାଅ ଢ଼ାଞ୍ଚାରେ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ଆନସ୍ତା ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସରେ ଏହି କାର୍ଯ୍ୟକ୍ରମ କରାଯିବ।
ସୂଚନାଯୋଗ୍ୟଯେ, ନିରଞ୍ଜନଙ୍କୁ ହଟାଇବା ପାଇଁ କେତେକ ବରିଷ୍ଠ ଓ କନିଷ୍ଠମାନେ ଚାହୁଁଛନ୍ତି । ତେବେ ମୂଳ କେଁ ଟି ହେଉଛି ଅନେକ ବରିଷ୍ଠ ନେତାମାନେ ଏଭଳି ସମୟରେ ଦଳର ନେତୃତ୍ୱ ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ଜାଣିବାକୁ ମିଳୁଛି । ଯେଉଁଥିପାଇଁ ବରିଷ୍ଠମାନେ ପୂର୍ବଭଳି ଦିଲ୍ଲୀ ଯାଇ ଲବି କରୁନାହାନ୍ତି । ତେବେ କନିଷ୍ଠ ନେତାମାନେ ମୁକିମଙ୍କ ପାଇଁ କବାଟ କିଳା ବୈଠକ କରିବା ସହ ଦିଲ୍ଳୀରେ ଚାପ ସୃଷ୍ଟି କରୁଛନ୍ତି । କିନ୍ତୁ ସେହି ନେତାମାନଙ୍କର ଦିଲ୍ଲୀରେ କୌଣସି ଦବଦବା ନଥିବାରୁ ସେମାନଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି । ଅପରପକ୍ଷରେ ଡିସେମ୍ବର ଶେଷ ଆଡ଼କୁ ବିଜେପିର ନୂଆ ସଭାପତିଙ୍କ ନାମ ଘୋଷଣା ହେବାର ଥିବାବେଳେ ଜାନୁଆରୀରେ କଂଗ୍ରେସ ସଭାପତି ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ । ଫଳରେ ନୂଆ ବର୍ଷରୁ ରାଜ୍ୟ ରାଜନୀତି ସରଗରମ ହେବ ବୋଲି ଆଶା କରାଯାଉଛି ।
Comments are closed.