ନିର୍ଭୟା ଶୁଣାଣିରେ ଟ୍ୱିଷ୍ଟ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ଏକ ଜବରଦସ୍ତ ଟ୍ୱିଷ୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନ ଆବେଦନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ। ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ ହେବ ଏବଂ ଏହା ପରେ ଯାଇ ମାମଲାର ଶୁଣାଣି ହେବ। ଜଷ୍ଟିସ୍ ବୋବଡେଙ୍କ ଝିଅ ଏକଦା ନିର୍ଭୟା ମାମଲା ଲଢ଼ୁଥିଲେ। ତେଣୁ ବୋବଡେ ଏହି ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ନିର୍ଭୟାଙ୍କ ମା’ କରିଥିବା ଡେଥ୍ ୱାରେଣ୍ଟ ମାମଲାର ଶୁଣାଣି ଆସନ୍ତାକାଲି ହେବାର ଅଛି। ହେଲେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନର ଶୁଣାଣି କରି ନଥିବାରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆସନ୍ତାକାଲି ଚୂଡ଼ାନ୍ତ ରାୟ ପ୍ରକାଶ ନ କରିପାରନ୍ତି। ଏହା ଭିତରେ ଦେଶବାସୀଙ୍କ ଅପେକ୍ଷାରେ ମଧ୍ୟ ବିଳମ୍ବିତ ହୋଇଛି। କାରଣ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ସାରା ଦେଶ ଗୋଟିଏ ସ୍ୱରରରେ ଦାବି କରୁଛନ୍ତି। ନିର୍ଭୟାଙ୍କ ମା’ ମଧ୍ୟ ଆଜି ଶୁଣାଣି ବେଳେ କୋର୍ଟ ନଂ ୧ରେ ଉପସ୍ଥିତ ରହିଥିଲେ।
Comments are closed.