Odisha Link
Bridging the Missing Links in Odisha

ଗୌହାଟିରେ ଫସିଛନ୍ତି ୬୫ ଏନସିସି ଛାତ୍ର

ଗୌହାଟି: ଆସାମରେ ଫଶିଛନ୍ତି ୬୫ ଓଡିଆ ଏନସିସି ଛାତ୍ର । ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି ରହିଥିବାରୁ ଆସାମରେ ଛାତ୍ରମାନେ ଫଶି ରହିଛନ୍ତି । ସର୍ବ ଭାରତୀୟ ଟ୍ରେକିଂ କ୍ୟାମ୍ପରେ ଯୋଗ ଦେବାକୁ ଶିଲଂ ଅଭିମୁଖେ ଯାଉଥିବା ବେଳେ ଆସାମରେ ଦେଖାଦେଇଥିବା ଅଶାନ୍ତି ଯୋଗୁଁ ଫଶି ରହିଛନ୍ତି।
ଏହି ଏନସିସି ଛାତ୍ରମାନେ ବ୍ରହ୍ମପୁରର ବୋଲି ଜଣାପଡିଛି। ଗତ ୧୧ ତାରିଖରେ ଏହି କ୍ୟାଡେଟମାନେ ଶିଲଂ ଅଭିମୁଖେ ଯାଇଥିଲେ। ତେବେ ବାଟରେ ସେମାନେ ଆସାମରେ ଫଶିଥିବା ଜଣାପଡିଛି। ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଅଶାନ୍ତି ଦେଖାଦେଇଛି । ଏହାକୁ ନେଇ ସେଠାରେ ଇଣ୍ଟରନେଟ ଓ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି । ଯାତାୟତ ପ୍ରଭାବିତ ହୋଇଥିବାରୁ ଏନସିସି ଛାତ୍ରମାନେ ଫସିଯାଇଛନ୍ତି। ଏହାପୂର୍ବରୁ ଓଡିଶା ଜୁନିୟର କ୍ରିକେଟ ଟିମ୍ ମଧ୍ୟ ଆସାମରେ ମ୍ୟାଚ୍ ଖେଳିବାକୁ ଯାଇ ଫଶି ରହିଥିଲେ।

Comments are closed.