Odisha Link
Bridging the Missing Links in Odisha

ଅଘୋଷିତ ଇମର୍ଜେନ୍ସି ଶାସନ ଚାଲିଛି: ଅଭିଷେକ

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶଧୋନ ଆଇନକୁ ନେଇ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଛି। ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳୁଛି ଜୋରଦାର ପ୍ରତିବାଦ। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ।

ସେ କହିଛନ୍ତି ଯେ, ଦିଲ୍ଲୀରେ ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ସେଥିରୁ ମନେ ହେଉଛି ଏକ ଅଘୋଷିତ ଇମର୍ଜେନ୍ସି ଚାଲିଛି। ଦିଲ୍ଲୀ-ଏନ୍‌ସିଆରର ବିଭିନ୍ନ ସ୍ଥାନରେ ୧୪୪ ଲାଗୁ ହୋଇଛି ଏବଂ ୧୮ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି। ଏହା ବିଜେପି ସରକାର ନୁହେଁ ଏହା ଅଘୋଷିତ ଇମର୍ଜେନ୍ସି ଶାସନ ଚାଲିଛି ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସେ କହିଛନ୍ତି, ଦିଲ୍ଲୀ ଆମ ରାଜଧାନୀ ଲାଲ କିଲ୍ଲା ଚାରିପଟେ ୧୪୪ ଲାଗିଛି, ଇଣ୍ଟରନେଟ୍‌ ବନ୍ଦ ରହିଛି ଏବଂ ୧୮ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଛି। କର୍ଣ୍ଣାଟକାରେ ୧୪୪ ଲାଗିଛି ଉତ୍ତରପ୍ରଦେଶରେ ଗିରଫ ଚାଲିଛି ଏବଂ ଆସାମରେ ମଧ୍ୟ ସମାନ ସ୍ଥିତି ରହିଛି।

ସେ ଆହୁରି ମଧ୍ୟ କହିଥିଲେ, “ଡି ରାଜା, ସୀତାରାମ ୟେଚୁରୀ, ଅଜୟ ମ୍ୟାକେନ୍‌, ସନ୍ଦୀପ ଦୀକ୍ଷିତଙ୍କୁ ଧାରା ୧୪୪ ଅନୁଯାୟୀ ଉଠାଇନିଆଯାଇଛି। ଏହା ଏକ ଅଘୋଷିତ ଇମର୍ଜେନ୍ସି, ବିଜେପି ସରକାର ନୁହେଁ। ବିଜେପି ଶାସନ ମଣିଷ ହନ୍ତା ପାଲଟିଯାଇଛି ଲାଗୁଛି।”

Comments are closed.