Odisha Link
Bridging the Missing Links in Odisha

ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡ

କେନ୍ଦୁଝର: ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ଦେବା ନେଇ ସବୁଠି ଦାବି ହେଉଥିବାବେଳେ ଏହାରି ଭିତରେ ଓଡ଼ିଶାରେ ଜଣେ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡ ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ବିଚାରପତି ଜଣେ ଦୁଷ୍କର୍ମୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଦୋଷୀ ସୁନୀଲ ନାଏକକୁ ଏଡିଜେ ଫାଶି ଦଣ୍ଡାଦେଶ ଦେଇଛନ୍ତି । ପୋକ୍ସୋ ଆଇନ ଆଧାରରେ ଦୋଷୀ ସୁନୀଲ ନାଏକଙ୍କୁ ଫାଶି ଦଣ୍ଡାଦେଶ ଦିଆଯାଇଛି । ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଦିଆଯାଇଛି। ଗତ ୨୦୧୭ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

Comments are closed.