Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଫ୍ଲେକ୍ସଷ୍ଟୋନର ପ୍ରଥମ ଏକ୍ସକ୍ଲୁସିଭ ଗ୍ୟାଲେରୀ ଉଦଘାଟିତ

ଭୁବନେଶ୍ୱର : ଦେଶରେ କ୍ଲାଡିଙ୍ଗ ସାମଗ୍ରୀ କ୍ଷେତ୍ରରେ ଲୋକପ୍ରିୟ କମ୍ପାନି ଫ୍ଲେକ୍ସଷ୍ଟୋନ ପକ୍ଷରୁ ଭୁବନେଶ୍ୱରରେ ନିଜର ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲାଯାଇଛି। ଏହାକୁ କମ୍ପାନିର ଫ୍ରାଞ୍ଚାଇଜି ଲିଙ୍ଗରାଜ ଗ୍ରାନାଇଟ୍‌ ପକ୍ଷରୁ ଖୋଲାଯାଇଛି। ବଲିଉଡ ଷ୍ଟାର ତଥା ଏହାର ବ୍ରାଣ୍ଡ ଆମ୍ବାସାଡର ସୁନୀଲ ସେଟ୍ଟୀ ଏହାର ଉଦଘାଟନ କରିଛନ୍ତି। ସାରା ଭାରତରେ ଥିବା ନିଜର ଏକ୍ସକ୍ଲୁସିଭ ଗ୍ୟାଲେରୀଗୁଡ଼ିକର ଲୋକପ୍ରିୟତା ପରେ ଭୁବନେଶ୍ୱରରେ ଖୋଲିଥିବା ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀରେ ମଧ୍ୟ ଡେକୋରେଟିଭ କଂକ୍ରିଟ ସଲ୍ୟୁସନର ସଂପୂର୍ଣ୍ଣ ରେଞ୍ଜ୍‌ ଉପଲବ୍ଧ ହେବ, ଯେଉଁଗୁଡ଼ିକ କି ଅତ୍ୟାଧୁନିକ ଓ ଉଚ୍ଚଗୁଣମାନର। ଏସବୁ ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ଅଟେ କାରଣ ଏଗୁଡ଼ିକର ୮୦ ପ୍ରତିଶତ କଞ୍ଚାମାଲ ରି-ସାଇକେଲ ହୋଇଥିବା ସାମଗ୍ରୀରୁ ଆସିଥାଏ।

ଏହି ଅବସରରେ ବ୍ରାଣ୍ଡ ଆମ୍ବାସାଡର ସୁନୀଲ ସେଟ୍ଟୀ କହିଥିଲେ – ଫ୍ଲେକ୍ସଷ୍ଟୋନ ଉତ୍ପାଦ ଗୁଡ଼ିକ ପରିବେଶ ବା ଧରିତ୍ରୀକୁ କୌଣସି ହାନି ପହଞ୍ଚାଇ ନିର୍ମାଣ କରାଯାଇନଥାଏ, କାରଣ ଏଗୁଡ଼ିକ ରିସାଇକେଲ ହୋଇଥିବା ସାମଗ୍ରୀରୁ ପ୍ରସ୍ତୁତ ହୋଇଥାଏ। ଏପରି ପଦ୍ଧତିକୁ ପ୍ରେତ୍ସାହିତ କରାଯିବା ଉଚିତ। ଏହି ଅବସରରେ ସୁନୀଲ ସେଟ୍ଟୀ ଏହି ଗ୍ୟାଲେରୀକୁ ବୁଲିଦେଖିବା ସହ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଲିଙ୍ଗରାଜ ଗ୍ରାନାଇଟର ନିର୍ଦ୍ଦେଶକ ଗଜାନନ୍ଦ ଶର୍ମା, ଆନନ୍ଦ ମୋଲା, ସୁନ୍ଦର ସୋମାନୀ ଓ ଲଲିତ କୁମାର ମୋଲା ଉପସ୍ଥିତ ରହି ନିର୍ମାଣ ଉଦ୍ୟୋଗରେ ଏସବୁ ସାମଗ୍ରୀର ବିଶେଷତା ସଂପର୍କରେ କହିଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲି ଆମେ ଉତ୍ସାହିତ। ଏହା ଓଡ଼ିଶା ଓ ଦେଶର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିଜାଇନରମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ଲାଡିଙ୍ଗ୍‌ ସଲ୍ୟୁସନ ପ୍ରଦାନ କରିବ ବୋଲି ଆଶା କରୁଛୁ। ଏସବୁ ଡେକୋରେଟିଭ କ୍ଲାଡିଙ୍ଗ୍‌ ଗୁଡ଼ିକ ଭାରତରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ଡିଜାଇନ ଓ ପ୍ରସ୍ତୁତ କରାଯାଇଛି। ବାସଗୃହ, ବ୍ୟବସାୟିକ ଓ ସ୍ଥାପତ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଉପଯୋଗୀ ଏସବୁ ଉତ୍ପାଦଗୁଡ଼ିକ ସୁଲଭ ମୂଲ୍ୟରେ ଉପଲବ୍ଧ ଅଛି। ଏଠାରେ ଫ୍ଲେକ୍ସଷ୍ଟୋନ ପକ୍ଷରୁ ଏକ ଚମତ୍କାର ରେଞ୍ଜ୍‌ର କ୍ରୁତ୍ରିମ କ୍ଲାଡିଙ୍ଗ୍‌ ସାମଗ୍ରୀ ଉପଲବ୍ଧ କରାଯାଉଛି, ଯାହାକି ଘରର କାନ୍ଥକୁ ଏକ ସୁନ୍ଦର ରୂପ ଦେବ। ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀ ଉଭୟ ଇଣ୍ଟେରିୟର ଓ ଏକ୍ସଟେରିୟର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଆଧୁନିକ, ପାରମ୍ପରିକ ଓ ସ୍ୱତନ୍ତ୍ର ଡିଜାଇନର କ୍ଲାଡିଙ୍ଗ୍‌ ସାମଗ୍ରୀ ପ୍ରଦାନ କରୁଛି। ଫ୍ଲେକ୍ସଷ୍ଟୋନ ଗବେଷଣା ଓ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଏ। ଏହା ଫଳରେ କମ୍ପାନି ବିଭିନ୍ନ ଚମତ୍କାର ସ୍ଥାପତ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇଥାଏ।

Comments are closed.