Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ: ହେମନ୍ତକୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବାଜି ମାରରିଲା ମେଣ୍ଟ। ଶାସକ ଦଳ ବିଜେପିକୁ ଗାଦିଚ୍ୟୁତ କରିବାରେ ସଫଳ ହେଲେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟ। ଏଥିସହିତ ଜେଏମଏମ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ପୂର୍ବରୁ ଦେଢ଼ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଫଲରେ ହେମନ୍ତଙ୍କୁ ସହଯୋଗୀ କଂଗ୍ରେସ ଓ ଆରଜେଡି ମଧ୍ୟ ସମର୍ଥନ କରିଛନ୍ତି।

ଅନ୍ୟପଟେ ବିଜେପି ଝାଡ଼ଖଣ୍ଡରେ ପରାଜୟର ସମ୍ମୁଖୀନ ହୋଇଛି। ପରାଜୟ ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ହେମନ୍ତ ଓ ଜେଏମଏମ ମେଣ୍ଟକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,“ଝାରଖଣ୍ଡ ବିଜୟ ପାଇଁ ମୁଁ ହେମନ୍ତଜୀ ଓ ଜେଏମଏମ ମେଣ୍ଟକୁ ଶୁଭେଚ୍ଛା ଜଣାଉଛି। ଝାରଖଣ୍ଡବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେମାନଙ୍କୁ ମୁଁ ଶୁଭକାମନା ଜଣାଉଛି। ଝାରଖଣ୍ଡବାସୀ ବିଜେପିକୁ ଏକାଧିକ ଥର ସେମାନଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହିତ ସେ କହିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେପି ପାଇଁ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ବିଜେପି ଝାରଖଣ୍ଡ ପାଇଁ କାର୍ଯ୍ୟ କରିବ ଓ ଲୋକଙ୍କ ସମସ୍ୟା ଉଠାଇବ।”

ଅମିତ ଶାହ ଟ୍ୱିଟ କରି କହିଛନ୍ତି, “ଝାରଖଣ୍ଡବାସୀ ଦେଇଥିବା ଜନାଦେଶକୁ ଆମେ ସମ୍ମାନ କରୁଛୁ। ୫ ବର୍ଷ ପାଇଁ ଝାରଖଣ୍ଡବାସୀଙ୍କ ସେବା କରିବାକୁ ଆମକୁ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଆମେ ହୃଦୟରୁ ଧନ୍ୟବାଦ ଜଣାଉଛୁ। ବିଜେପି ଆଗକୁ ମଧ୍ୟ ଝାରଖଣ୍ଡବାସୀଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ଜାରି ରଖିବ।”

Comments are closed.