Odisha Link
Bridging the Missing Links in Odisha

ଝାରଖଣ୍ଡ: ରବିବାର ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚି: ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ହେମନ୍ତ ସୋରେନ୍‌ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ରଖିଛନ୍ତି। ସେ ଆସନ୍ତା ୨୯ ତାରିଖରେ ଶପଥ ନେବାର ସୂଚନା ରହିଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ। ସେ ଏକ ମହାଗଠବନ୍ଧନ ସରକାରର ନେତୃତ୍ୱ ନେବାର ଅଛି। ରାଞ୍ଚିର ମୋରାବାଡ଼ିଠାରେ ଏହି ଶପଥ ଗ୍ରହଣ ଉତ୍ସବ ହେବାର ଅଛି ବୋଲି ସେ କହିଛନ୍ତି।

ହେମନ୍ତ ରାଜ୍ୟପାଳଙ୍କୁ ଭେଟିବା ଅବସରରେ କହିଛନ୍ତି ତାଙ୍କ ସପକ୍ଷରେ ୫୦ ବିଧାୟକଙ୍କର ସମର୍ଥନ ରହିବ। ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅଖିଲେଶ ଯାଦବ ଏବଂ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ କରାଯିବ।

Comments are closed.