Odisha Link
Bridging the Missing Links in Odisha

୨୦୧୯ରେ ଚିଳିକାକୁ ୧୦.୫ ଲକ୍ଷ ପକ୍ଷୀଙ୍କ ଆଗମନ ସୃଷ୍ଟି କରିଛି ରେକର୍ଡ

ଚିଲିକା: ବନସ୍ଫତି ଏବଂ ପ୍ରାଣୀ ସମୂହ ଏବଂ ବିଶେଷ କରି ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ଚିଲିକାରେ ପ୍ରତିବର୍ଷ ବାର୍ଷିକ ପକ୍ଷୀ ଗଣନା କରାଯାଇଥାଏ। ଚଳିତବର୍ଷ ଚଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ୨୯ କର୍ମୀଯୁକ୍ତ ୧୭୫ ଟିମ୍‌ ସାହାର୍ଯ୍ୟରେ ଏହି ଗଣନା କରାଯାଇଥିଲା। ଏହି ଟିମ୍‌ରେ ଚଲିକା ଉନ୍ନୟନ ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ବିଭିନ୍ନ ନୌକା ସଂଘର ସଦସ୍ୟ, କେତେକ ଏନ.ଜି.ଓ ର ସଦସ୍ୟ, ଓଡିଶାର ଡବ୍ଲୁ.ଡବ୍ଲୁ.ଏଫ-ଇଣ୍ଡିଆର ପ୍ରତିନିଧି ଏବଂ ବି.ଏଚ୍‌.ଏନ୍‌.ଏସ୍‌ ପ୍ରତିନିଧିମାନେ ଗତକାଲି ସକାଳେ ଏହି ସର୍ବେକ୍ଷଣ କରିଥିଲେ। ଏହି ସର୍ବେକ୍ଷଣ ସକାଳୁ ଆରମ୍ଭ ହୋଇ ଅପରାହ୍ନ ୧୨ ପର୍ଯ୍ୟନ୍ତ କରାଯାଇଥିଲା। ଏହି ସର୍ବେକ୍ଷଣର ରାପୋର୍ଟରୁ ଜଣା ପହିଲା ଯେ, ୨୦୧୯ରେ ଚିଳିକାକୁ ୧୦.୫ଲକ୍ଷରୁ ଉର୍ଦ୍ଧ ପକ୍ଷୀଙ୍କ ଆଗମନ ହେବା ସହ ଏହା ପକ୍ଷୀଙ୍କ ଆଗମନରେ ନୂଆ ରେକର୍ଡ ସୃଷ୍ଟି କରିଛି।

ଗତକାଲିର ପାଗ ଚିଲିକାର ଇରାବାଡିରେ ଥିବା ଫ୍ଲାଗ ଡଲଫିନ୍‌ ପ୍ରଜାତିଙ୍କୁ ଦେଖିବା ଏବଂ ସେମାନଙ୍କର ସଂଖ୍ୟାକୁ ଗଣନା କରିବାର ବାଧା ସୃଷ୍ଟି କରିଥିଲା। ନଳବଣ ଅଭୟାରଣ୍ୟରେ ପକ୍ଷୀଙ୍କ ଗଣନାରେ ସୁବିଧା ନିମନ୍ତେ ଗୁରୁତ୍ବପୂର୍ଣ୍ଣ ପକ୍ଷୀ କ୍ଷେତ୍ର, ଆଇ.ବି.ଏ ( ଯାହା ବିଶ୍ବସ୍ତରେ ଗୋଟିଏ କିମ୍ବା ଅଧିକ ସଂଖ୍ୟାରେ ପକ୍ଷୀ ପ୍ରଜାତିଙ୍କ ପାଇଁ କିମ୍ବା ବହୁ ସଂଖ୍ୟାରେ ପ୍ରବାସୀ ପକ୍ଷୀ) କୁ ପ୍ରଥମେ ଗଣନା କରା ଯାଇଥିଲା। ରିପୋର୍ଟ ମୁତାବକ, ୨୦୧୦ ମସିହାରେ ୯.୦୪ ଲକ୍ଷ ପକ୍ଷୀ ଚିଲିକା ଆସିଥିବା ବେଳେ, ୨୦୧୧ରେ ୭.୯୧ ଲକ୍ଷ, ୨୦୧୨ରେ ୮.୬୮ ଲକ୍ଷ ଥିବା ବେଳେ ୨୦୧୩ ମସିହାରେ ଏହି ସଂଖ୍ୟା ୮.୬୨ ଥିଲା। ୨୦୧୪ରେ ୭.୦୭ ଲକ୍ଷ ପକ୍ଷୀ ଚିଲିକା ଆସିଥିବା ବେଳେ, ୨୦୧୫ରେ ୭.୪୬ ଲକ୍ଷ ଥିଲା। ସେହିଭଳି ୨୦୧୬ରେ ୭.୫ ଲକ୍ଷ, ୨୦୧୭ରେ ୯.୨୪ ଲକ୍ଷ, ୨୦୧୮ରେ ୮.୭୬ ଲକ୍ଷ ଥିବା ବେଳେ ୨୦୧୯ ରେ ୧୦.୫ଲକ୍ଷରୁ ଉର୍ଦ୍ଧ ପକ୍ଷୀଙ୍କ ଆଗମନ ହୋଇଛି ଏବଂ ଏହି ସଂଖ୍ୟା ପକ୍ଷୀଙ୍କ ଆଗମନରେ ନୂଆ ରେକର୍ଡ ସୃଷ୍ଟି କରିଛି।

 

Comments are closed.