Odisha Link
Bridging the Missing Links in Odisha

ଭାରତ ବନ୍ଦ: ଗିରଫ ହେଲେ ଜୟଦେବ ଜେନା

ଭୁବେନେଶ୍ବର: କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡକରା ଦିଆଯାଇଛି। ଭୁବେନେଶ୍ବର ମାଷ୍ଟର କ୍ୟାଣ୍ଟିନ୍‌ରୁ ଆନ୍ଦୋଳନ ଏବଂ ପିକେଟିଂ ସମୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ପୋଲିସ ଗିରଫ କରିଛି। ବହୁ ସମୟ ଧରି ରାସ୍ତା ଅବରୋଧ କରିଥିବା କାରଣରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ପୋଲିସ ତାଙ୍କୁ ଗିରଫ କରିଛି। ଶ୍ରମିକ ସଂଗଠନର ବହୁ ନେତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ବାବଦରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଆମର କାମ ହେଉଛି ଆନ୍ଦୋଳନ କରିବା ଏବଂ ପୋଲିସ କାମ ହେଉଛି ଗିରଫ କରିବା। ପୋଲିସ ଗିରଫ କଲେ ମଧ୍ୟ ଆମେ ଆମ କାମ ଜାରି ରଖିବୁ।

Comments are closed.