Odisha Link
Bridging the Missing Links in Odisha

ବୋମା ମାଡ଼ରେ ଫାଟିଲା ଛାତ

କଟକ: ବାଙ୍କୀ ବୈଦେଶ୍ବର ଥାନା ପଣ୍ଡାଳମ ଗାଁରେ ବୋମା ମାଡ଼ ହୋଇଛି । ବୋମା ମାଡ଼ରେ ଜଣେ ବ୍ୟକ୍ତିଙ୍କ ଘରର ଛାତ ଫାଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ବୋମା ମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବୋମା ମାଡ଼ ନେଇ ବୈଦେଶ୍ବର ଥାନାରେ ମାମଲା ରୁଜୁ ହୋଇଛି ।
ଘଟଣାସ୍ଥଳରେ ବୈଦେଶ୍ବର ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ବୋମା ମାଡ଼ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ।

Comments are closed.