Odisha Link
Bridging the Missing Links in Odisha

ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କାର୍ଡିଆକ୍‌ କେୟାର ହସ୍‌ ପିଟାଲ୍‌ର ଅଗ୍ରଗତି ସଂପର୍କରେ ସମୀକ୍ଷା

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ କଲେଜ୍‌ ଓ ହସ୍‌ ପିଟାଲ୍‌ଠାରେ ରେନାଲ୍‌ ଟ୍ରାନ୍ସ ପ୍ଳାଣ୍ଟ, ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କାର୍ଡିଆକ୍‌ କେୟାର ହସ୍‌ ପିଟାଲ୍‌ ଓ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ବିଭିନ୍ନ ବ୍ୟବସ୍ଥାର ଅଗ୍ରଗତି ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ାଠାରେ ପ୍ରଥମ କରି ପି ପି ପି ମୋଡ୍‌ରେ ୧୦୦ ଶର୍ଯ୍ୟାବିଶିଷ୍ଟ ଅତ୍ୟାଧୁନିକ କାର୍ଡିଆକ୍‌ କେୟାର ହସ୍‌ ପିଟାଲ୍‌ ନିର୍ମାଣ କରାଯାଉଛି । କେୟାର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ହସ୍‌ ପିଟାଲ୍‌ ପାଇଁ ୭୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହି ପରି ୪୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଯନ୍ତ୍ର ପାତି କିଣା ଯିବ ଏବଂ ୨୦୨୧ ମସିହା ପ୍ରାରମ୍ଭରେ ଏହି ହସ୍‌ ପିଟାଲ୍‌ କାର୍ଯ୍ୟକ୍ଷମ ହେବ । ଏହା ବ୍ୟତୀତ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍‌ ପିଟାଲ୍‌ ପରିସରରେ ରେନାଲ୍‌ ଟ୍ରାନ୍ସ ପ୍ଲାଣ୍ଟର ସଂପ୍ରସାରଣ ପାଇଁ ସରକାର ଖୁବ୍‌ ଶୀଘ୍ର ଆବଶ୍ୟକୀୟ ଯନ୍ତ୍ର ପାତିର ବ୍ୟବସ୍ଥା କରିବା ସହ ରୋଗୀମାନଙ୍କର ବର୍ଦ୍ଧିତ ଆବଶ୍ୟକତାକୁ ଆଖିରେ ରଖି ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।

କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ ପରିସରରେ ବିଭିନ ସଂପ୍ରସାରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବୈଠକରେ ବିବରଣୀ ଉପସ୍ଥାପିତ ହୋଇଥିଲା । ଏହି ଅବସରରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ବିଭାଗୀୟ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ପ୍ରଭାତ କୁମାର ଦାସ, ଡିଏମ୍‌ଇଟି ସି.ବି.କେ. ମହାନ୍ତି, ଏସ୍‌ସିବି ମେଡିକାଲ୍‌ କଲେଜର ପ୍ରଫେସର ଡା. ଦତ୍ତେଶ୍ୱର ହୋତା, ଡା. ଚିତ୍ତ କରଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed.