୩ ଦିନ ଧରି ଅନୁଷ୍ଠିତ ହେବ ନିଶୁଳ୍କ ତିବ୍ଦତୀୟ ଚିକିତ୍ସା ଶିବିର
ଭୁବନେଶ୍ୱର : ଭୁବନେଶ୍ୱରର ତିବ୍ଦତୀୟ ଔଷଧୀୟ କ୍ଲିନିକର ବହିର୍ବିଭାଗଠାରେ ଚଳିତ ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ମହାମହିମ ଦଲାଇଲାମାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡା. ସେଓ୍ୱାଙ୍ଗ ତାମଦନ୍ ଏଠାରେ ଉପସ୍ଥିତ ରହି ଚିକିତ୍ସା ପରାମର୍ଶ ଦେବେ ।
ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍-୧ସ୍ଥିତ ସରକାରୀ କ୍ୱାଟର VC ୧/୨ ପରିସରରେ (ଚୌଧୁରୀ ମାର୍କେଟ୍ ସାମ୍ନା)ରେ ଏହି ଶିବିର ଅନୁଷ୍ଠିତ ହେବ । ଏଠାରେ ସ୍ଥାନୀୟ ଚିକିତ୍ସାଳୟର ଡା. ରିଗ୍ଜିନ୍ ମେନ୍ଲା ମଧ୍ୟ ରୋଗୀ ଚିକିତ୍ସା କରିବେ ଓ ତିବ୍ଦତୀୟ ଜ୍ୟୋତିର୍ବିଜ୍ଞାନୀ ତେନ୍ଜୀନ୍ ୟାନ୍ଙ୍କି ମଧ୍ୟ ଜ୍ୟୋତିର୍ବିଜ୍ଞାନ ସଂ ପର୍କରେ ପରାମର୍ଶ ଦେବେ ।
ଏଠାରେ ପରମ ପୂଜନୀୟ ଦଲାଇଲାମାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ, ତି୩ତୀୟ ଔଷଧ ଓ ଆୟୁର୍ବେଦ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.