ଏସ୍ସିବିରେ ପହଞ୍ଚିଲେ ମାନବାଧିକାର କମିଶନ ସଦସ୍ୟ

କଟକ: କଟକ ବଡ଼ ମେଡିକାଲର ଡେଷ୍ଟିଚ୍ୟୁଟ୍ ୱାର୍ଡରେ ରୋଗୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ମାରିବା ଘଟଣା ତଦନ୍ତ ପାଇଁ ପହଞ୍ଚିଲେ ମାନବାଧିକାର କମିଶନ ସଦସ୍ୟ। ଗତକାଲି ଜଣେ ଅନ୍ତେବାସିନୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା
ସୂଚନା ଅନୁସାରେ କଟକ ବଡ ମେଡିକାଲର ସର୍ଜରୀ ଓ୍ବାର୍ଡରେ ଥିବା ଡେଷ୍ଟିଚ୍ୟୁଟ୍ ଓ୍ବାର୍ଡର ଜଣେ ଅନ୍ତେବାସିନୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ ମାରୁଥିବା ଭଳି ଚିତ୍ର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଆଟେଣ୍ଡାଣ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। କିନ୍ତୁ ଏସସିବି ମେଡିକାଲ କର୍ତ୍ତୃପକ୍ଷ ଏବାବଦରେ ସେଭଳି କିଛି ପଦକ୍ଷେପ ନେଇନଥିବାର ମଧ୍ୟ ଅଭିଯୋଗ ହୋଇଛି। ଏସସିବି ମେଡିକାଲର ସର୍ଜରୀ ଓ୍ବାର୍ଡରେ ଥିବା ଡେଷ୍ଟିଟ୍ୟୁଟ୍ ଓ୍ବାର୍ଡ ଭିତରେ ଅପରିଚିତ ରୋଗୀମାନଙ୍କ ଦେଖାଶୁଣା କରିବାଲାଗି ସରକାରୀ ଖର୍ଚ୍ଚରେ ଆଟେଣ୍ଡାଣ୍ଟ ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେବା ଦେବା ବଦଳରେ ରୋଗୀଙ୍କୁ ମାଡ଼ ମାରୁଥିବାର ଅଭିଯୋଗ ହୋଇଛି ।