ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଦ୍ୟୁତ୍ କାଟ୍

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରୁ ଲାଇନ୍ କାଟିବା ଆରମ୍ଭ କରିଛି ସେସୁ। ୫୩ଟି ଗମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଛି ସେସୁ। ବିଦ୍ୟୁତ୍ ବିଲ ବକେୟା ରଖିଥିବା ନେଇ ଲାଇନ କାଟିଲା ସେସୁ। ସେସୁ ପକ୍ଷରୁ ନିୟୋଜିତ ୩୯ ସ୍କ୍ବାଡ଼୍ ଦ୍ବାରା ଚାଲିଛି ଲାଇନ୍ କାଟ୍।
ସୂଚନାଯୋଗ୍ୟ ବକେୟା ବିଦ୍ୟୁତ୍ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେସୁ ସିଇଓ ଅରୁଣ ବୋଥ୍ରା। ସେ କହିଥିଲେ ଯେ, ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ କହିଛନ୍ତି। ଯିଏ ବିଦ୍ୟୁତ୍ ବିଲ ପଇଠ କରିବ ନାହିଁ ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ୍ କାଟ୍ ଡ୍ରାଇଭ୍ କରିବ ବୋଲି କହିଛନ୍ତି। ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିନଥିବା ୧୧, ୩୯୭ ଗାଁରେ ହେବ ବିଜୁଳି କାଟ୍।
ମୋଟ ବିଲର ୩୦% ପଇଠ କଲେ କିସ୍ତି ସୁବିଧା ମିଳିବ। ୨୫ହଜାରରୁ କମ ବିଲ୍ ବାକି ଥିଲେ ସେମାନଙ୍କୁ ୩ଟି କିସ୍ତିରେ ପଇଠ କରିବାକୁ ସୁବିଧା ଦିଆଯିବ ବୋଲି ଅରୁଣ ବୋଥ୍ରା କହିଛନ୍ତି। ସେହିପରି ୫୦ହଜାରରୁ କମ ବିଲ୍ ଥିଲେ ୪ଟି କିସ୍ତିରେ ପଇଠ କରିବାକୁ ସୁବିଧା ମିଳିପାରିବ। ୧ଲକ୍ଷ ୧୦ହଜାର ଉପଭୋକ୍ତା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି। ଏଥିରେ ୨୧କୋଟି ଆଦାୟ ହୋଇଥିବା ସୂଚନା ମିଳିଛି। ୧୯.୭୧କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଏବେ ବି ବାକି ରହିଛି। ଏନେଇ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠିତ ହୋଇଛି।