Odisha Link
Bridging the Missing Links in Odisha

‘ଲାଞ୍ଚ ନ ଦେବାରୁ ଅଶ୍ଳୀଳ ଇଙ୍ଗିତ’

ଭଦ୍ରକ: ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀଙ୍କ ଅଶ୍ଳୀଳ ଇଙ୍ଗିତ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ବିଏନଏମଏ କଲେଜରେ। ଯୁକ୍ତ ୩ ପ୍ରଥମ ଶ୍ରେଣୀ ଛାତ୍ରୀମାନଙ୍କ କହିବା ମୁତାବକ, “କଲେଜରେ ନାଁ ଲେଖାଇବା ବେଳେ ଆମକୁ ଲାଞ୍ଚ ମାଗିଥିଲେ ଆମେ ନ ଦେବାରୁ ଆରମ୍ଭ କରିଦେଲେ ନିର୍ଯାତନା। ଆମକୁ ବାଟରେ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। କଲେଜ ଯିବାକୁ ଡର ଲାଗୁଛି। ବିନା ପରମିଶନରେ ଆମ ଫଟୋ ଉଠାଉଛନ୍ତି। ଏଥିରେ ଆମେ ଖୁବ୍‌ ଭୟଭୀତ ହୋଇପଡ଼ିଛୁ। କଲେଜ ଅଧ୍ୟକ୍ଷ ଏସବୁ ଜାଣି ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି।” ତେଣୁ ବାଧ୍ୟ ହୋଇ ଏସପି ଓ ଅତରିକ୍ତି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରୁଛୁ। ଅତିରିକ୍ତ ଜିଲ୍ଲାପାଳ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ନାଁ ଲେଖାଇବା ବେଳେ ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀ ସେମାନଙ୍କୁ ସବୁବେଳେ ହଇରାଣ କରୁଛନ୍ତି। ଏନେଇ ଫୋନ ରେକର୍ଡିଂ କରି କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ ଅଭିଯୁକ୍ତ ଅଧିକ ପ୍ରତିକ୍ରିୟାଶୀଳ ହୋଇ ସେମାନଙ୍କୁ ଅସଦାଚରଣ କରିଥିଲେ। ଏପରିକି ଅଭିଯୋଗ କରିଥିବା ସଂପୃକ୍ତ ଛାତ୍ରୀମାନଙ୍କୁ କଲେଜର ବାହାର କରିଦେବାକୁ ଧମକ ଦେଇଥିଲେ। ସେମାନେଙ୍କୁ ବାଟେ ଘାଟେ ଦେଖି ଖରାପ ଇଙ୍ଗିତ କରୁଥିଲେ। କିଛି ଦିନ ପୂର୍ବେ ହୋଇଥିବା ପ୍ରଥମ ସେମିଷ୍ଟାର ବେଳକୁ ଆଡମିଟ କାର୍ଡ ଦେବାକୁ ବହୁ ହଇରାଣ କରିଥିଲେ।

Comments are closed.