Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପ୍ରଭୁ ବାଲାଜୀଙ୍କ ପୂଜାରୀ ରଙ୍ଗରାଜନ, ଦାବି କଲେ ପ୍ରଭୁ ବାଲାଜୀଙ୍କ ନାଗରିକତ୍ୱ

ହାଇଦ୍ରାବାଦ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ ନୂଆ ଘଟଣା ଦେଖିବାକୁ ମିଳିଛି। ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି. ଏସ୍‌. ରଙ୍ଗରାଜନ ପ୍ରମୁ ଭେଙ୍କଟେଶ୍ୱରଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଦାବି କରିଛନ୍ତି। ସେ ଦାବିରେ କହିଛନ୍ତି ଯେ, ପ୍ରସିଦ୍ଧ ଚିଲକୁର ବାଲାଜୀ ମନ୍ଦିରର ଦିଅଁ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ନାଗରିକତ୍ୱ ଦିଆଯାଉ।

ଏଥିସହ ସେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ଦିଅଁଙ୍କୁ ସଂଖ୍ୟାଲଘୁ ବୋଲି ବିଚାର କରାଯାଏ। ଅଦାଲତରେ ଜଣେ ପୁରୋହିତ, ଟ୍ରଷ୍ଟି କିଂବା କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର ପ୍ରତିନିଧିତ୍ୱ କରନ୍ତି। ନାଗରିକତା ସଂଶୋଧନ ଆଇନର ଧାରା ୫(୪) ଅନୁସାରେ, ଜଣେ ସଂଖ୍ୟାଲଘୁ ନାଗରିକତା ଅଧିକାର ପାଇ ପାରିବେ। ତେଣୁ ଏହି ବ୍ୟବସ୍ଥା ଆଧାରରେ ସବୁ ମନ୍ଦିରର ଦିଅଁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିହେବ। ତିରୁମାଲାର ଭେଙ୍କଟେଶ୍ୱରସ୍ୱାମୀ, ସାବରିମାଲାର ଆୟାପ୍ପାସ୍ୱାମୀ ଏବଂ କେରଳର ପଦ୍ମନାଭସ୍ୱାମୀଙ୍କୁ ‘ସିଏଏ’ର ଧାରା ୫ (୪) ବ୍ୟବସ୍ଥାରେ ନାଗରିକତ୍ୱ ଦିଆଯାଉ।

Comments are closed.