Odisha Link
Bridging the Missing Links in Odisha

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର: ଆଜି ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜୁରରୀ ବୈଠକ ବସିଥିଲା। ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯିବା ସ୍ଥିର ହୋଇଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଫଳରେ କୋର୍ଟରେ ସମସ୍ତ କାର୍ଯ୍ୟ ଠପ୍‌ ହେଇଯାଇଛି। ପଶ୍ଚିମ ଓଡ଼ିଶାର ଆଇନ୍‌ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରିଛି ବାର କାଉନ୍‌ସିଲ୍‌ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି।

ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ଉଲ୍ଲେଖ ରହିଛି। ରାଜ୍ୟ ଓକିଲ ସଂଘର ଚିଠି ପରେ ଏକଜୁଟ ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ। ଏପରିକି ରାଜ୍ୟ ଓକିଲ ସଂଘର ନିଷ୍ପତ୍ତିକୁ ବିରୋଧ କରାଯାଇଛି।

Comments are closed.