Odisha Link
Bridging the Missing Links in Odisha

ପ୍ରଥମ ଟି-୨୦: ଭାରତ ଆଗରେ ୨୦୪ ରନର ବିଜୟ ଲକ୍ଷ୍ୟ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡ ଟିମ୍‌ର ଦମଦାର ପ୍ରଦର୍ଶନ। ଟିମ୍‌ ଇଣ୍ଡିଆ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଯାହାକୁ ଭୁଲ ପ୍ରମାଣିତ କରିଛି ନ୍ୟୁଜିଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ଘରୋଇ ମାଟିରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୨୦୩ ରନର ବିଶାଳ ସ୍କୋର କରିଛି। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ନ୍ୟୁଜିଲାଣ୍ଡ ଦଳ।

କିଓ୍ବି ପକ୍ଷରୁ ମନରୋ(୫୯), ଅଧିନାୟକ ଓ୍ବିଲିମସନ(୫୧) ଓ ରସ୍‌ ଟେଲରଙ୍କ(୫୪) ଅର୍ଦ୍ଧଶତକୀୟ ପାରି ପାଇଁ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୨୦୩ ରନ କରିବାରେ ସକ୍ଷମ ହୋଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଯଶପ୍ରୀତ ବୁମ୍ରା, ସର୍ଦ୍ଦୁଲ ଠାକୁର, ଚହଲ, ଦୁବେ ଓ ଜାଡେଜା ସମସ୍ତେ ୧ ଓ୍ବିକେଟ ଲେଖାଏଁ ନେଇଛନ୍ତି। ଟିମ୍‌ ଇଣ୍ଡିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ଓଭର ପିଛା ୧୦.୨ ହାରରେ ରନ କରିବାକୁ ପଡ଼ିବ।

Comments are closed.