Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ଲୁଟି ନେଲେ ୨୩ ଲକ୍ଷ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନରୁ ଲୁଟ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ ୨୩ ଲକ୍ଷ। ବନ୍ଧୁକ ମୁନରେ ଆଖି ପିଛୁଳାକେ ଦୁର୍ବୃତ୍ତମାନେ ଲୁଟିନେଲେ ୨୩ ଲକ୍ଷ। ଏକ ଘରୋଇ ସଂସ୍ଥାର ଏଜେଣ୍ଟ ଙ୍କ ଠାରୁ ଏହି ଲୁଟ ହୋଇଛି। ଏଜେଣ୍ଟ ଜଣକ ବୀମା ଟଙ୍କା ନେଇ ନିକଟସ୍ଥ ବ୍ୟାଙ୍କକୁ ଜମା କରିବାକୁ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ ଆଗରେ ୪ ଜଣ ଦୁର୍ବୃତ୍ତ ବାଇକ ରଖି ତାଙ୍କୁ ବନ୍ଧୁକ ଦେଖାଇଥିଲେ। ପରେ ଏଜେଣ୍ଟଙ୍କ ଠାରୁ ମୋଟ ୨୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ଘଟଣାର ଘଟିବାର ବହୁ ବିଳମ୍ବରେ ଏଜେଣ୍ଟ ଜଣକ ଥାନାରେ ଅଭିଯୋଗ କରିବା ନେଇ ନାନା ସନେ୍ଦହ ସୃଷ୍ଟି ହୋଇଛି।

Comments are closed.