Odisha Link
Bridging the Missing Links in Odisha

ଉତ୍ତମ ବ୍ୟବହାର ପାଇଁ କୋହଳ ହେବନି ମୃତ୍ୟୁଦଣ୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତମ ବ୍ୟବହାର ପାଇଁ କୋହଳ ହେବନି ଦୋଷୀର ମୃତ୍ୟୁଦଣ୍ଡ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ବ୍ୟକ୍ତିର ଜେଲ୍‌ରେ ବ୍ୟବହାର ପ୍ରଦର୍ଶନକୁ ଆଧାର କରି ଦଣ୍ଡାଦେଶର ସମୀକ୍ଷା କରାଯିବା ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ମାତ୍ର ଏପରି ସମୀକ୍ଷା ଦ୍ବାରା ଆବେଦନ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଏ। ପ୍ରଧାନବିଚାରପତି ଏସଏ ବୋବଡେ, ବିଚାରପତି ଏସଏ ନଜିର ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ମୃତ୍ୟୁଦଣ୍ଡାଦେଶ ବିରୋଧରେ ବାରମ୍ବାର ଆବେଦନ କରିବାକୁ ସୁଯୋଗ ଦିଆଯିବା ଉଚିତ ନୁହେଁ।

ପ୍ରେମ ପାଇଁ ପ୍ରେମିକ ସହିତ ମିଶି ପ୍ରେମିକା ତାର ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା ଘଟଣାରେ ମୃତ୍ୟୁ ଦଣ୍ଡାଦେଶ ପାଇଛନ୍ତି। ଏପରି ହତ୍ୟା ପାଇଁ ପ୍ରେମିକ ସଲିମ୍ ଓ ପ୍ରେମିକା ସବନମ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ମୃତ୍ୟୁଦଣ୍ଡାଦେଶ ଉପରେ ସମୀକ୍ଷା ପାଇଁ ସଲିମ୍ ଓ ସବନମ୍ କରିଥିବା ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଗୁରୁବାର ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।
ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି।

Comments are closed.