Odisha Link
Bridging the Missing Links in Odisha

ଆମେରିକା ଦୂତାବାସ ଉପରେ ପୁଣି ରକେଟ ମାଡ

ବାଗଦାଦ୍‌ : ଇରାନ୍‌ ସେନାର କମାଣ୍ଡର କାସିମ ସୁଲୋମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଇରାନ ପ୍ରତିଷୋଧ ପରାୟଣ ହୋଇ ପହିଛି ଓ ବାରମ୍ବାର ରକେଟ ଆକ୍ରମଣ କରୁଛି। ଗତକାଲି ବିଳମ୍ବିତ ରାତିରେ ବଗଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ଇରାନ ସେନା ରକେଟ ମାଡ କରିଛି। ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଗତକାଲିର ଏହି ଆକ୍ରମଣ ପରେ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଆହୁରି ତିକ୍ତ ହେବାରେ ଲାଗିଛି।

ମିଳିଥିବା ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଇରାନ ସେନା ପକ୍ଷରୁ ୫ଟି ରକେଟ ମାଡ କରାଯାଇଥିଲା। ବାଗଦାଦ୍‌ରେ ଥିବା ଆମେରିକାର ଦୂତାବାସ ନିକଟରେ ଏହା ପଡିଥିଲା। ତେବେ ସପ୍ତାହକ ମଧ୍ୟରେ ଇରାନ ୨ ଥର ରକେଟ ଆକ୍ରମଣ କରି ଆମେରିକାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି।

Comments are closed.