ସରକାର ଉପରୁ ଆସ୍ଥା ତୁଟିଛି: ରିମାରାଣୀ
ଭୁବନେଶ୍ବର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ମୃତକଙ୍କ ପତ୍ନୀଙ୍କ ପ୍ରତିକିୟା ପ୍ରକାଶ ପାଇଛି। ବୌଦ୍ଧର ଘଣ୍ଟାପଡ଼ା ଘରେ ପ୍ରତିକ୍ରିୟା ରଖିଲେ ରିମାରାଣୀ ସାହୁ।ରିମାରାଣୀଙ୍କ କହିବା ଅନୁସାରେ ଘଟଣାକୁ ୨ ବର୍ଷ ବିତିବାକୁ ବସିଲାଣି ହଲେ ଏ ପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନି। ପୁଞ୍ଜିଲାଲ୍ ଜାମିନରେ ଆସି ଆରାମରେ ବୁଲୁଛି। ସେଥିପାଇଁ ଆମେ ଭୟରେ ଘରେ ରହୁଛୁ। ସରକାର ପ୍ରଶାସନ ଉପରୁ ଆମର ଆସ୍ଥା ତୁଟି ଯାଇଛି। ଶୀଘ୍ର ନ୍ୟାୟ ପ୍ରଦାନ କଲେ ମୃତ ସ୍ବାମୀଙ୍କ ଆତ୍ମାକୁ ଶାନ୍ତି ମିଳିବ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ ତାରିଖ ଦିନ ପାଟଣାଗଡ଼ ଭୋଳାନାଥପଡ଼ାରେ ପାର୍ସଲ ବୋମା ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ନବବିହାହିତ ବୋହୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ। ଏକ ମାସ ଧରି ବଲାଙ୍ଗିର ପୋଲିସ ଏହି ଘଟଣାର ତଦନ୍ତ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିଲା।
ଗତ ଏପ୍ରିଲ ୨୪ ତାରିଖରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା ଜ୍ୟୋତିବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ୨ ଥର ରିମାଣ୍ଡରେ ଆଣି ତଥ୍ୟ ଯୋଗାଡ଼ କରିଥିଲା। ଏବେ ପୁଞ୍ଜିଲାଲ୍ ଜେଲ୍ରେ ଅଛନ୍ତି।
Comments are closed.