Odisha Link
Bridging the Missing Links in Odisha

୫ ଦଫା ଦାବି ନେଇ ଧାରଣା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ପଣ୍ଡାଳମ ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ ବୋର୍ଡର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ ତଥା ୫ ଦଫା ଦାବି ନେଇ ବୋର୍ଡର ସଦସ୍ୟ ଓ ଶତାଧିକ ଗ୍ରାମବାସୀ ବାଙ୍କୀ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଦାବି ଗୁଡ଼ିକ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଦାବି ପୂରଣ ନହେଲେ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟକୁ ଅଚଳ କରିଦେବାକୁ ଚେତାବନୀ ଦେଇଛନ୍ତି। ସେବା ସମିତିର ଡାଟା ଏଣ୍ଟ୍ରି ଅପରେଟର ଶୁଭେନ୍ଦୁ ଚୌଧୁରୀକୁ ବାରମ୍ବାର ଚାକିରୀରୁ ବହିଷ୍କାର କରିବା ପରେ ଆଦେଶନାମାର ପ୍ରତ୍ୟାହାର କରିବା ଓ ମଣ୍ଡି ପକ୍ରିୟା ସମ୍ବନ୍ଧିତ ପ୍ରସ୍ତାବିତ ଆଇଡି ଓ ପାସଓ୍ବାର୍ଡକୁ ବାରମ୍ବାର ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିବାକୁ ପ୍ରତିବାଦ କରି ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି।
ଅନ୍ୟପଟେ ପୂର୍ବତନ ସମବାୟ ସମ୍ପାଦକ ସନ୍ତୋଷ କୁମାର ଜୟସିଂହଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଧରଣୀଧର ମହାନ୍ତିଙ୍କ ଆଦେଶନାମା ପ୍ରତ୍ୟାହାର କରିବା ସହ ଆଉ ରହିଥିବା ପ୍ରମୁଖ ଦାବି ଗୁଡିକ ହେଲା କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରକୁ ପୂର୍ବ ଭଳି କାମ କରିବା ଦାବି ନେଇ ଧାରଣା ଦେଇଛନ୍ତି ସମିତିର ସଦସ୍ୟ ଓ ଗ୍ରାମବାସୀ ।

Comments are closed.