Odisha Link
Bridging the Missing Links in Odisha

ବଜେଟ ଅଭିଭାଷଣ: ୧୩୨ ଥର ଏହି ଶବ୍ଦ କହିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ନୂଆ କିର୍ତ୍ତୀମାନର ଅଧିକାରୀ ହୋଇଥିଲେ ନିର୍ମଳା ସୀତାରମଣ। ଏହାପୂର୍ବରୁ ୨୦୧୯ରେ ସୀତାରମଣ ୨ ଘଣ୍ଟା ୧୭ ମିନିଟ୍‌ ଧରି ବଜେଟ ଉପସ୍ଥାପନ କରି ରେକର୍ଡ କରିଥିଲେ। ସେହିପରି ୨୦୦୩ ମସିହାରେ ଯଶବନ୍ତ ସିଂହ ୨ ଘଣ୍ଟା ୧୫ ମିନିଟ ଧରି ବଜେଟ ଭାଷଣ ଦେଇଥିଲେ।

ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପିତ କରିବା ସମୟରେ ୧୩୨ ଥର ‘ଟ୍ୟାକ୍ସ‘, ୭୨ ଥର ‘ଭାରତ’ ଶବ୍ଦର ବ୍ୟବହାର କରିଛନ୍ତି। ଅପରପକ୍ଷେ ‘ରୋଜଗାର’ ଶବ୍ଦର ୭ ଥର କହିଛନ୍ତି ଅର୍ଥମନ୍ତ୍ରୀ। ଏଥିସହିତ ୮୩ ଥର ‘ସରକାର’ର ଶବ୍ଦର ପ୍ରୟୋଗ କରିଛନ୍ତି। ବଜେଟ ଭାଷଣ ସମୟରେ ‘ରାଷ୍ଟ୍ର‘ ଶବ୍ଦର ପ୍ରୟୋଗ ମୋଟ ୫୪ ଥର କରିଥିବା ବେଳେ ୩୪ ଥର ବିକାଶ ଶବ୍ଦର ପ୍ରୟୋଗ କରିଥିଲେ ଅର୍ଥମନ୍ତ୍ରୀ।

୨୦୨୦ ବଜେଟ ଅଭିଭାଷଣରେ କେଉଁ ଶବ୍ଦ କେତେ ଥର କହିଛନ୍ତି ଅର୍ଥମନ୍ତ୍ରୀ ଜାଣନ୍ତୁ।
ଟ୍ୟାକ୍ସ: ୧୩୨ ଥର
ସରକାର: ୮୩ ଥର
ଭାରତ: ୭୨ ଥର
ରାଷ୍ଟ୍ର: ୫୪ ଥର
ବିକାଶ: ୩୪ ଥର
ରାଷ୍ଟ୍ରୀୟ: ୩୩ ଥର
ଅର୍ଥବ୍ୟବସ୍ଥା: ୨୨ ଥର
ଆୟକର: ୨୦ ଥର
ସ୍ବାସ୍ଥ୍ୟ: ୨୦ ଥର
ଶିକ୍ଷା: ୧୯ ଥର
ନିବେଶ: ୧୯ ଥର
ପାଣି: ୧୬ ଥର
ପ୍ରଧାନମନ୍ତ୍ରୀ: ୧୫ ଥର
କିଷାନ: ୧୨ ଥର
ଭାରତୀୟ; ୧୨ ଥର
ଯୋଜନା: ୧୦ ଥର
ମହିଳା: ୧୦ ଥର
ରେଳ: ୯ ଥର
ଟ୍ରେନ୍: ୮ଥର
ଲୋକ: ୮ଥର
ରୋଜଗାର: ୭ଥର
କର୍ମଚାରୀ: ୭ ଥର
ଜନକଲ୍ୟାଣ: ୭ ଥର
ପେନସନ୍: ୭ଥର
ମେଡିକାଲ: ୬ଥର
ବ୍ୟାଙ୍କିଙ୍ଗ: ୬ଥର
ସ୍ବଚ୍ଛତା: ୫ ଥର
ଆଧାର; ୪ଥର
ମୋଦି: ୪ଥର

Comments are closed.