Odisha Link
Bridging the Missing Links in Odisha

ଜାମିଆରେ ପୁଣି ଗୁଳି କାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିୟା ବିଶ୍ବବିଦ୍ୟାଳୟରେ ଗରକାଲି ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଜଣ ଯୁବକ ଏକ ଚଳନ୍ତା ସ୍କୁଟିରେ ଆସି ଗୁଳି ଚାଳନା କରିଥିବା ଜଣାପଡ଼ିଛି। ପ୍ରଥମ ଗୁଳି ଜାମିଆ ବିଶ୍ବବିଦ୍ୟାଳୟର ୫ ନମ୍ବର ଗେଟ୍‌ ନିକଟରେ ଫୁଟାଇଥିବା ବେଳେ ଦ୍ବିତୀୟ ଗୁଳି ୧ନମ୍ବର ଗେଟ୍‌ରେ ଫୁଟାଇଥିଲେ। ଏହି ଗୁଳିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ଏହି ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।

ଗୁଳି ଚଳାଇଥିବା ଯୁବକମାନେ ଯେଉଁ ସ୍କୁଟିରେ ଆସିଥିଲେ ତାହାର ନମ୍ବର ନୋଟ୍‌ କରି ପୁଲିସକୁ ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ ଦିନ ତଳେ ଜାମିଆରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଜଣେ ନାବାଳକ ଛାତ୍ର ପିସ୍ତଲରୁ ଗୁଳି ଚଳାଇଥିଲା। ୪ ଦିନ ମଧ୍ୟରେ ଏହା ତୃତୀୟ ଗୁଳିକାଣ୍ଡ। ସିଏଏ ବିରୋଧରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ ନେଇ ଉକ୍ତ ଅଂଚଳରେ ପୁଣି ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Comments are closed.