ଦାରିଙ୍ଗିବାଡ଼ି ଘାଟିରେ ଲାଖି ରହିଲା ଟୁରିଷ୍ଟ ବସ୍

ବ୍ରହ୍ମପୁର: ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦାରିଙ୍ଗିବାଡ଼ି ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ହୋଇଛି। ତେବେ ଗାଡିଟି ଘାଟି ତଳକୁ ଖସି ନଥିବାବେଳେ ଘାଟି ଉପରେ ଝୁଲି ରହିଥିବାର ଦେଖିବାକୁ ମିଳିଥିଲା। ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମସ୍ତେ।
ମିିଳିଥିବା ସୂଚନା ଅନୁସାରେ, ଭୁବନେଶ୍ଵରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀମାନେ ପିକନିକ ପାଇଁ ଦାରିଙ୍ଗିବାଡିକୁ ଆସିଥିଲେ । ବଣ ଭୋଜି ସାରି ଫେରୁଥିବା ବେଳେ ୯ନଂ ଘାଟିରେ ଗାଡିର ଟାୟର ଫାଟିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବସ୍ ଭିତରେ ଥିବା ଛାତ୍ରଛାତ୍ରୀ ଗାଡିର କାଚ ଭାଙ୍ଗି ବାହାରକୁ ପଳାଇଆସିଥିଲେ। ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଛନ୍ତି ।
ଘଟଣାସ୍ଥଳରେ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତ ଯାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ସମସ୍ତଙ୍କୁ ଅନ୍ୟ ଏକ ବସ୍ ଯୋଗେ ସୋରଡା ପଠାଯାଇଥିବା ଜଣାପଡିଛି। ବସରେ ପ୍ରାୟ ୫୦ଜଣ ଥିବା ଜଣାପଡିଛି।