Odisha Link
Bridging the Missing Links in Odisha

ଆମେରିକା ସେନା ଶିବିର ଉପରକୁ ଇରାକର ରକେଟ ଆକ୍ରମଣ

କିର୍‌କୁକ : ଗତକାଲି ରାତିରେ ଉତ୍ତର-ଇରାକର କିର୍‌କିକୁଠାରେ ଥିବା ଆମେରିକା ସେନା ଶିବିର ଉପରକୁ ରକେଟ ଆକ୍ରମଣ ହୋଇଛି। ଏହି ରକେଟ ଆକ୍ରମଣରେ କେହି ମୃତାହତ ହୋଇଥିବା ନେଇ ରିପୋର୍ଟ ମିଳିନାହିଁ। ଗତ ଡିସେମ୍ବର ୨୭ରେ ଇରାକ୍‌ ସ୍ଥିତ ଆମେରିକା ସେନା ଶିବିର ଉପରେ ମଧ୍ୟ ରକେଟ ଆକ୍ରମଣ ହୋଇଥିଲା। କାଟେବ ହେଜ୍‌ବୋଲ୍ଲା ଏହି ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଏକା ସାଙ୍ଗରେ ୩୦ ରକେଟ୍‌ ଆକ୍ରମଣ କରାଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ଜଣେ ଆମେରିକୀୟ ଠିକାଦାର ନିହତ ହୋଇଥିଲେ। ଇରାନର କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇ ଆମେରିକା ସେନା ଶିବିର ଉପରକୁ ବରମ୍ବାର ଆକ୍ରମଣ କରୁଛି।

Comments are closed.