ଶାହୀନ ବାଗରୁ ମୋଦିଙ୍କୁ ଭାଲେଣ୍ଟାଇନ୍ସ ଡେ’ ନିମନ୍ତ୍ରଣ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାହୀନ ବାଗରେ ଦୀର୍ଘ ୨ ମାସ ଧରି ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ମାନେ ଆଜି ମୋଦିଙ୍କୁ ଶାହୀନ ବାଗକୁ ନିମନ୍ତ୍ରଣ କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ ନିମନ୍ତ୍ରଣ ଜଣାଇଛନ୍ତି। ଏଥିସହ ହାର୍ଟ ଚିତ୍ରରେ ଫୁଲ ସଜାଇ “ପ୍ରଧାନମନ୍ତ୍ରୀ ମୋଦି ଦୟା କରି ଶାହୀନ ବାଗ ଆସନ୍ତୁ” ବୋଲି ବିକ୍ଷୋଭକାରୀ ମାନେ ଲେଖିଛନ୍ତି।
ଶାହୀନ ବାଗ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏକ ହାର୍ଟ ଚିତ୍ରରେ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ କୁହାଯାଇଛି ଯେ #ମୋଦିତୁମକବ୍ଆଓଗେ । ଆପଣ ଶାହୀନବାଗ ଆସି ଆମ ମାନଙ୍କ ସହ ଭଲ ପାଇବାର ଏହି ଦିନଟି ପାଳନ କରନ୍ତୁ। ଏଠାକୁ ଆସନ୍ତୁ ଓ ଆପଣଙ୍କ ଉପହାର ଗ୍ରହଣ କରନ୍ତୁ ଏବଂ ଆମ ମାନଙ୍କ ସହ କଥା ହୁଅନ୍ତୁ।
https://twitter.com/ShaheenBagh_/status/1227654547876671489?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1227654547876671489&ref_url=https%3A%2F%2Fodishareporter.in%2Fnation%2Fprotesters-valentines-day-invitation-to-pm-narendra-modi-494885
ଡିସେମ୍ବର ୧୫ରୁ ଶାହୀନ ବାଗରେ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନରେ ସାମିଲ ଥିବା ସୟଦ ତନସୀର ଅହମ୍ମଦ କହିଛନ୍ତି, “ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ କିମ୍ବା ଯେକେହି ଏଠାକୁ ଆସି ଆମ ସହ ଆଲୋଚନା କରନ୍ତୁ। ଯଦି ସେମାନେ ଆମକୁ ସିଏଏ ସମ୍ବିଧାନ ବିରୋଧୀ ନୁହେଁ ବୁଝାଇପାରିବେ, ତା’ହେଲେ ସେମାନେ ଯାହା କହିବେ ଆମେ କରିବାକୁ ପ୍ରସ୍ତୁତ ରହିଛୁ। ସିଏଏ ନାଗରିକତା ଦେବା ପାଇଁ ଓ କାହାର ନାଗରିକତା ନେବା ପାଇଁ ନୁହେଁ ବୋଲି ସରକାର କହୁଛନ୍ତି। ହେଲେ ଏହାଦ୍ୱାରା କେମିତି ଦେଶ ଲାଭ ବାନ ହେବ, ସେକଥା ସରକାର ଆମକୁ ବୁଝାଇ ଦିଅନ୍ତୁ।”