Odisha Link
Bridging the Missing Links in Odisha

ସଂଶୋଧନ ହେବନି ପେସା ଆଇନ: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭାର କାର୍ଯ୍ୟକାଳ ଆରମ୍ଭରୁ ପେସା ଆଇନର କାର୍ଯ୍ୟକାରିତାକୁ ନେଇ ଗୃହରେ ବିରୋଧୀଙ୍କ ଉଦବେଗ ପ୍ରକାଶ। ସଠିକ୍‌ ଭାବେ ପେସା ଆଇନ୍‌ କାର୍ଯ୍ୟଖାରୀ ହେଉ ନଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା।

ଉତ୍ତର ରଖି ସେ କହିଛନ୍ତି ଯେ, ପେସା ଆଇନ୍‌ ଅନୁସୂଚିତ ଅଞ୍ଚଳରେ ଲାଗୁ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ବର୍ତ୍ତମାନ ୧୪ଟି ଜିଲ୍ଲାର ୧୨୨ଟି ବ୍ଲକରେ ପେସା ଆଇନ୍‌ କାର୍ଯ୍ୟକାରୀ ହେଉଛି। ପେସା ଆଇନରେ ଥିବା ନିୟମକୁ ଆଧାର କରି କାର୍ଯ୍ୟକ୍ରମ ହେଉଛି। ଆଇନ୍‌ ଥରେ ସଂଶୋଧନ ହୋଇଛି ଆଉ ସଂଶୋଧନ ହେବାର ଆବଶ୍ୟକତା ନାହଁ। ଏହି ଆଇନ୍‌ ବଳରେ ୧୧ ବିଭାଗର ୨୧ଟି ବିଷୟରେ ନିଷ୍ପତ୍ତି ପାଇଁ କ୍ଷମତା ଦିଆଯାଇଛି। ଏଥିସହିତ ମୋଟ ୨୯ଟି ବିଷୟରେ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଥିଲା ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Comments are closed.