Odisha Link
Bridging the Missing Links in Odisha

ରାଜ୍ୟରେ ଅଛନ୍ତି ୧୦,୦୦୦ ଦେହଜୀବୀ, କେଉଁ ଜିଲ୍ଲା ଆଗରେ ଜାଣନ୍ତୁ?

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୧୦ ହଜାରରୁ ଅଧିକ ଦେହଜୀବୀ। ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସବୁଠାରୁ ଆଗରେ ଅଛି ବାଲେଶ୍ୱର ଜିଲ୍ଲା। ରାଜ୍ୟରେ ୧୦,୨୧୦ ଦେହଜୀବୀ ଅଛନ୍ତି।

ରାଜ୍ୟରେ ସର୍ବାଧିକ ୧୦୫୦ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ ଥିବା ବେଳେ କୋରାପୁଟ ଓ ମୟୂରଭଂଜରେ ୭୫୦ ଅଛନ୍ତି। ସେହିପରି ଯାଜପୁର ଓ କେନ୍ଦୁଝରରେ ୭୦୦ ଯୌନକର୍ମୀ ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୬୧୦, କଟକରେ ୨୫୦ ଯୌନକର୍ମୀ ରହିଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

Comments are closed.