Odisha Link
Bridging the Missing Links in Odisha

ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ

ବ୍ରହ୍ମପୁର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋରୁ ଖସିପଡ଼ି ୫ ବର୍ଷର ଛାତ୍ରର ମୃତ୍ୟୁ ହୋଇଛି। ଦିଗପହଣ୍ଡି ନିକଟ ତିଳେଶ୍ବର ରାମମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ ଯାଉଥିବା ବେଳେ ଏକ ଅଘଟଣ ଘଟିଛି। ପରେ ଦିଗପହଣ୍ଡି ମେଡିକାଲରେ ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଉତ୍ତ୍ୟକ୍ତ ଲୋକଙ୍କ ଦିଗପହଣ୍ଡି- ଚିକିଟି ରାସ୍ତା ଅବରୋଧ କରିଛନ୍ତି। ଓଭରଲୋଡିଂ ଅଟୋରେ ପ୍ରାୟ ୧୫ ପିଲା ଥିବା ସୂଚନା ମିଳିଛି।

Comments are closed.