Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବସ୍‌

ଭଦ୍ରକ: ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍। ଅଳ୍ପକେ ବର୍ତିଲେ ୫୦ରୁ ଉର୍ଦ୍ଧ ଯାତ୍ରୀ। ଏଥିରେ ଦୁଇ ଜଣ ସାମନ୍ୟ ଆହତ ହୋଇଥିବା ଜଣାପଡିଛି। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୫୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି ବାଲେଶ୍ୱରରୁ କଟକ ଯାଉଥିବାବେଳେ ସୂଚନା ମିଳିଛି।
ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ରାସ୍ତା କଡରେ ଥିବା ଏକ ବାଲିଗଦା ଉପରେ ବସ ଓଲଟିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଁଚି ସ୍ଥିତି ଅନୁଧ୍ୟାନ କରୁଛି।

Comments are closed.