Odisha Link
Bridging the Missing Links in Odisha

ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବେ ସିଏମ୍‌ କେଜ୍ରିଓ୍ବାଲ, କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବେ। ସାକ୍ଷାତ ପରେ ଅପରାହ୍ନ ୩ଟା.୪୫ରେ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ ବଡ଼ ଘୋଷଣା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଅମିତ ଶାହଙ୍କୁ ସାକ୍ଷାତ କରିବା ଏକ ଔପଚାରିକତା ବୋଲି ପ୍ରକାଶ ପାଉଛି। ଦିଲ୍ଲୀ ନିର୍ବାଚନ ପରେ ଏହା ଉଭୟଙ୍କ ପ୍ରଥମ ସାକ୍ଷାତକାର।

ଅପରାହ୍ନ ୨ଟା ୩୦ ମିନିଟରେେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାର ହେବ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଏହି ସାକ୍ଷାତକାର ବୈଠକକୁ ଶିଷ୍ଟାଚାର ବୈଠକ କୁହାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସାଧାରଣ ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନରେ ଆପ୍‌ ଦଳ ୬୨ଟି ଆସନରେ ବିଜୟୀ ଲାଭ କରିଥିବାବେଳେ ବିଜେପି ମୋଟ ୮ଟି ସିଟରେ ବିଜୟ ଲାଭ କରିଥିଲା।

ଗତକାଲି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଗତକାଲି ସାକ୍ଷାତକାରରେ ଦିଲ୍ଲୀର ବିକାଶକୁ ନେଇ ଚର୍ଚ୍ଚା ହୋଇଥିଲା।

Comments are closed.