Odisha Link
Bridging the Missing Links in Odisha

କାଳିଆ ଓ ପିଏମ କିଷାନ ମିଶ୍ରଣ ନେଇ ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ସମ୍ପର୍କରେ ନିଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, କାଳିଆକୁ କେନ୍ଦ୍ରୀୟ ଯୋଜନାର ସାମିଲ କରିବା ପ୍ରସ୍ତାବ ନାହିଁ। ତେବେ ପିଏମ କିଷାନ ଓ କାଳିଆକୁ ମିଶାଇ ୧୦ ହଜାର ମିଳିବ। ପିଏମ କିଷାନରେ ୬ ହଜାର ସହ ଆଉ ୪ ହଜାର କାଳିଆରେ ମିଳିବ। ପିଏମ କିଷାନରେ ୩ଟି କିସ୍ତିରେ ଚାଷୀ ୬ ହଜାର ଟଙ୍କା ପାଇବେ। ୬ ହଜାର ପାଇଥିବା ଚାଷୀଙ୍କୁ କାଳିଆ ଯୋଜନାରେ ଆଉ ୪ ହଜାର ଟଙ୍କା ମିଳିବ।

ସେପଟେ କାଳିଆ ଅଯୋଗ୍ୟ ହିତାଧିକାରୀ ନେଇ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହାୟତା ରାଶି ଫେରସ୍ତ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି। ସେମାନଙ୍କ ମଧ୍ୟରୁ ୧୮୬୩ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

Comments are closed.