Odisha Link
Bridging the Missing Links in Odisha

ଶଙ୍ଖ ନାଦ ଏବଂ ପୂଜା ପାଠରେ ସବୁ ଶୁଦ୍ଧ ହୋଇଯାଏ: ପୂଜାରୀ

ଅଯୋଧ୍ୟା: ଆଜି ଶ୍ରୀରାମ ମନ୍ଦିର ଟ୍ରଷ୍ଟର ବୈଠକ ବସିବାକୁ ଯାଉଛି। ଏଥିସହିତ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାରି ମଧ୍ୟରେ ନୂଆ ବିବାଦ ପାଇଁ ପ୍ରୟାସ କରାଯାଉଛି। ଅଯୋଧ୍ୟାର ୯ ମୁସଲମାନ ନିକଟରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୬୭ ଏକର ଜମିରୁ ୫ ଏକର କବରସ୍ତାନ ବୋଲି କୁହାଯାଇଛି। ତେବେ ଏଭଳି ଚିଠି ଦୁଇ ସମ୍ପ୍ରଦାୟ ମଧ୍ୟରେ ଖରାପ ବାର୍ତ୍ତା ଦେଉଛି ବୋଲି ବାବ୍ରି ମସଜିଦର ପକ୍ଷ ରଖୁଥିବା ଓକିଲ ଇକବାଲ ଅନସାରୀ କହିଛନ୍ତି। ଇକବାଲ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତ ପକ୍ଷ ସମ୍ମାନ ଦେଉଛନ୍ତି। ଏବେ ଏଭଳି ଚିଠି ଲେଖି ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିବା ଠିକ୍ ନୁହେଁ।

ଅନ୍ୟପଟେ ଏହି ମାମଲାରେ ରାମଲଲାର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ‘୬୭ ଏକର ଜମିରୁ କୌଣସି ସ୍ଥାନରେ କବରସ୍ଥାନ ନାହିଁ। ସେଠାରେ କିଛି ଋଷିଙ୍କର ସମାଧି ଥିଲା। କବରସ୍ଥାନ ନାମ ଯୋଡ଼ା ଯାଇ ସ୍ଥିତିକୁ ଗୋଳିଆ କରିବାକୁ ଚେଷ୍ଟା କରାଯାଉଛି। ଯେଉଁଠି ଶଙ୍ଖ ଧ୍ୱନୀ ଶୁଭିବ ଏବଂ ପୂଜା ପାଠ ହୁଏ ସେଠାରେ ମଶାଣୀ କିମ୍ୱା କବରସ୍ଥାନ ଥିଲେ ମଧ୍ୟ ତାହା ଶୁଦ୍ଧ ହୋଇଯାଏ ବୋଲି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି।

Comments are closed.