Odisha Link
Bridging the Missing Links in Odisha

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର: ଆଜିଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ପୂର୍ବ ପ୍ରସ୍ତୁତି ମୁତାବକ, ଆଜି ନିର୍ଦ୍ଧାରିତ ସମୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଅଭିମୁଖେ ନିଆଯାଇଥିଲା। କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ପରେ ଯାଞ୍ଚ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲ୍‌କୁ ଛଡ଼ାଯିବା ପରେ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା।


ଚଳିତବର୍ଷ ପରୀକ୍ଷା ପାଇଁ ମୋଟ ୨୮୮୮ କେନ୍ଦ୍ର କରାଯାଇଛି। ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଚଳିତ ଥର ପ୍ରଶ୍ନପତ୍ର ଲିକ୍‌ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନ ଏବଂ ଉତ୍ତର ଖାତା ୩ଟି ସ୍ତରରେ ସିଲ୍‌ ହୋଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସିସିଟିଭି କ୍ୟାମେରା ନଜରରେ ରଖାଯାଇଛି।

Comments are closed.