Odisha Link
Bridging the Missing Links in Odisha

୨୬୦୦ ସ୍କୁଲରେ ନାହାନ୍ତି ହେଡସାର!

ଭୁବନେଶ୍ବର: ରାଜ୍ୟର ବିନା ପ୍ରଧାନଶିକ୍ଷକରେ ଚାଲିଛି ଅନେକ ଗୁଡ଼ିଏ ସ୍କୁଲ। ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲେ ବି ସ୍କୁଲ ଚାଲିଛି। ରାଜ୍ୟରେ ମୋଟ ୮୦୭୬ଟି ଉଚ୍ଚ ବିଦ୍ୟାଳୟରେ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ରହିଛି । ମାଲି ମକଦମା ଚାଲୁରହିଥିବାରୁ ସେସବୁ ପଦବୀ ପୂରଣ ହୋଇ ପାରୁନାହିଁ ।

ଆଜି ବିଧାନସଭାରେ ପ୍ରଧାନଶିକ୍ଷକ ପଦବୀ ପୂରଣ ନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ନ୍ୟାୟଳୟରେ ମାମଲା ପଡିଥିବାରୁ ପଦନ୍ନୋତି ହୋଇପାରୁନି କି ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।
ତେବେ ବିନା ପ୍ରଧାନଶିକ୍ଷକରେ ସ୍କୁଲଗୁଡିକ ଚାଲିପାରୁନି। ଉତ୍ତମ ପରିଚାଳନା ହେଉ ନଥିବାରୁ ସେସବୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ମିଳିପାରୁନି। ଭାରପ୍ରାପ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ତୁଆଇଲା ବେଳକୁ ଶିକ୍ଷାରେ ଅବହେଲା ହେଉଛି। ତେଣୁ ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ବିଧାୟକ ଅମର ଶତପଥୀ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ସମୀର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସାଙ୍ଘାତିକ ଚିତ୍ର ଦେଇଥିଲେ। ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହି। ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ। ବାହାରେ ବସି ପାଠ ପଢ଼ୁଛନ୍ତି ପିଲା। ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି। ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ। ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ବିଦ୍ୟୁତ୍ କାର୍ଯ୍ୟକାରୀ ହେଉନାହିଁ। ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି।

Comments are closed.