Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆରେ ବିମାନ ଧକ୍କା; ୪ ମୃତ

ପର୍ଥ: ଆଜି ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆର ବିମାନ ବନ୍ଦର ନିକଟରେ ଘଟିଛି ବିମାନ ଦୁର୍ଘଟଣା। ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣା (ଅଷ୍ଟ୍ରେଲିଆ ସମୟ) ସକାଳ ୧୧ଟା ୩୦ ହୋଇଛି। ଆକାଶରେ ଦୁଇଟି ବିମାନ ଦୁର୍ଘଟଣାର ଶିକାର ହେବା ପରେ ମଲବା ପଡିଆରେ ଆସି ଖସିପଡ଼ିଛି। ମାଙ୍ଗାଲୋର ବିମାନ ବନ୍ଦରରେ ବିମାନ ଉଡ଼ାଇବା ପାଇଁ ଟ୍ରେନିଂ ଦିଆଯାଏ। ଟ୍ରେନିଂ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।ନାଗରିକ ବିମାନ ସୁରକ୍ଷା ପ୍ରାଧିକରଣ ଏବଂ ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋକୁ ଏହି ଦୁର୍ଘଟଣା ବାବଦରେ ସୂଚନା ଦିଆଯାଇଛି।

Comments are closed.