Odisha Link
Bridging the Missing Links in Odisha

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା,୨୦ ମୃତ

ଚେନ୍ନାଇ: ତାମିଲନାଡୁରେ ବଡ଼ ଧରଣର ଦୁର୍ଘଟଣା ହୋଇଛି। ଚେନ୍ନାଇ ଅବିନାଶିରେ ଗୁରୁବାର ସକାଳେ ଏକ ବସ୍ ସହ ଟ୍ରକ୍ ଧକ୍କା ହୋଇଛି। ଦୁର୍ଘଟଣାରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଗୁରୁତରଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ୧୪ ପୁରୁଷ ଏବଂ ୫ଜଣ ମହିଳା ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁରୁ କୋଚି ଅଭିମୁଖେ ଯାଉଥିବା କେଏସଆରଟିସିର ବସ୍ ଗୁରୁବାର ସକାଳେ ତାମିଲନାଡୁର ଅବିନାଶିରେ ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ବସ୍ ର ଆଗରେ ବସିଥିବା ୧୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଦୁର୍ଘଟଣା କିଭଳି ଘଟିଲା ତାର ତଦନ୍ତ କରୁଛି।

Comments are closed.