Odisha Link
Bridging the Missing Links in Odisha

ଡବଲ ମର୍ଡର: ସହଯୋଗ କରୁନାହାନ୍ତି ଅନୁପ ସାଏ!

ରାୟଗଡ଼: ୨୦୧୬ ଡବଲ ମର୍ଡର ମାମଲାରେ ସଂପୃକ୍ତ ଅନୁପ ସାଏ ଏବେ ପୋଲିସର ରିମାଣ୍ଡରେ ଅଛନ୍ତି। ମାଆ-ଝିଅଙ୍କୁ ହତ୍ୟାକାଣ୍ଡ ମାମଲାର ଅଧିକ ତଦନ୍ତ ପାଇଁ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋକୁ ରିମାଣ୍ଡରେ ନେଇଛି ରାୟଗଡ଼ ପୋଲିସ। ତଦନ୍ତର ଅଗ୍ରଗତି ନେଇ ରାୟଗଡ଼ ଏସ୍‌ପି ସନ୍ତେଷ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉଭୟ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋଙ୍କର ରିମାଣ୍ଡ ଶେଷ ହୋଇଛି। ଅନୁପ ସାଏ ତଦନ୍ତରେ ଯଥେଷ୍ଟ ସହଯୋଗ କରୁନାହାନ୍ତି। ଜେରା ବେଳେ ଅନୁପ ସାଏ ସେହି ପୁରୁଣା କାହାଣୀ ଶୁଣାଇଥିଲେ। ମାତ୍ର ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପୋ ଡାରୁ କିଛି ସୁରାକ ମିଳିଛି ବୋଲି ଏସ୍‌ପି କହିଛନ୍ତି। ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ସଂପୃକ୍ତ ଥିବାର ସୁରାକ ମିଳୁଛି।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ଛତିଶଗଡ଼ର ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋ ବ୍ୟତୀତ ଆଉ ଜଣେ ବ୍ୟକ୍ତି ସଂପୃକ୍ତ ଥିବାର ଅନୁମାନ କରାଯାଉଛି।

Comments are closed.