Odisha Link
Bridging the Missing Links in Odisha

ବିନୟର ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ଖାରଜ ହୋଇଛି ପିଟିସନ। ପିଟିସନ ଖାରଜ କଲେ ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ। ନିଜକୁ ମାନସିକ ବିକୃତ ଦର୍ଶାଇ ପିଟିସନ ଦାଖଲ କରିଥିଲା ଦୋଷୀ ବିନୟ ଶର୍ମା। ମାନସିକ ବିକୃତ ନୁହେଁ, ଅବସାଦ ବୋଲି କହିଲେ ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ।

ସୂଚନାଯୋଗ୍ୟ, ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ମାର୍ଚ୍ଚ ୩ ତାରିଖରେ ଦୋଷୀଙ୍କୁ ଫାଶି ପାଇଁ ସାନି ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ତାରିଖ ସକାଳ ୬ ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ଏକକାଳୀନ ଫାଶି ଦିଆଯିବ।

Comments are closed.