Odisha Link
Bridging the Missing Links in Odisha

୨୮ରେ ଭୁବନେଶ୍ୱର ଆସିବେ ଅମିତ ଶାହ, କରିବେ ସିଏଏ ସପକ୍ଷରେ ରାଲି

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅମିତ ଶାହ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ। ଏହି ଅବସରରେ ଜନତା ମୈଦାନରେ ସିଏଏ ସପକ୍ଷରେ ଏକ ବିଶାଳ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ବୁଥ୍‌ ସ୍ତରର କର୍ମକର୍ତ୍ତା ଯୋଗ ଦେବେ। ଏଥିସହ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଛି। ତେବେ ଅମିତ ଶାହ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପରେ ସିଏଏ ସମାବେଶରେ ଯୋଗ ଦେବେ। ଆଉ ତା’ପର ଦିନ ଅର୍ଥାତ୍ ୨୯ ତାରିଖରେ ଶ୍ରୀ ଶାହ ଶ୍ରୀ ଜଗନ୍ନା‌ଥ ଓ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “୨୮ ତାରିଖ ସକାଳ ୯ଟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଆସି ପହଞ୍ଚିବେ। ତାଙ୍କର ସରକାରୀ କାର୍ଯ୍ୟକ୍ରମ ସରିଲା ପରେ କାର୍ଯ୍ୟକର୍ତ୍ତାକୁ ନେଇ ସିଏଏ ସପକ୍ଷରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ। ଏହି ସାମାବେଶ ଜନତା ମଇଦାନରେ ହେବ ବୋଲି ଏବେ ସ୍ଥିର ହୋଇଛି। ଅମିତ ଶାହ ଏହି ସମାବେଶରେ ଉଦ୍‌ବୋଧନ ଦେବେ। ଏହି ସାମାବେଶରେ ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ଆମେ ଉଦ୍ୟମ କରୁଛୁ।”

Comments are closed.