Odisha Link
Bridging the Missing Links in Odisha

ଅନୁପଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ପାରସ୍‌ କହିଲେ …….

ମୁମ୍ବାଇ : ଟେଲିଭିଜନର ରିଆଲିଟି ଶୋ ବିଗ ବିସ୍‌ ୧୩ ର ପାରସ ଛାବର ନିଜର ଶୋ ମୁଝସେ ସାଦୀ କରୋଗିର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଶୋରେ ତାଙ୍କ ଦୁଲହନ୍‌ ମାନ ଆସି ପହଁଞ୍ଚି ଗଲେଣି । ସେମାନଙ୍କ ମଧ୍ୟରୁ ବିଗ ବିସ୍‌ ସିଜିନ ୧୨ର ପ୍ରତିଯୋଗୀ ଜସଲିନ୍‌ ମଧ୍ୟ ମୁଝସେ ସାଦୀ କରୋଗିି ଶୋକୁ ଆସିଛନ୍ତି ।

ଜସଲିନ୍ ପାରସଙ୍କୁ ଇମ୍ପରେସ୍‌ କରିବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ଏହି ଶୋରେ ପାରସ ଓ ଜସଲିନଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଅନୁପ ଜଲୋଟା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ,ପାରସ୍‌ ତାଙ୍କ ପାଇଁ ଠିକ୍‌ ପାତ୍ର ନୁହେଁ ।

ଅନୁପଙ୍କ ଏହି ବୟାନ ଶୁଣି ଚୁପ୍‌ ରହିନାହାନ୍ତି ପାରସ୍‌ । ସେ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।ପାରସ୍‌ ଏକ ୱେବସାଇଟକୁ କହିଛନ୍ତି କି- ମୁଁ ଜେସଲିନଙ୍କ ଅତିତ ବିଷୟରେ କିଛି ଜାଣିନି ଏବଂ ଅନୁପ ଜଲୋଟା ଜି ମୋ ନାଁରେ ଯାହା ବି କହୁଛନ୍ତି ସେ ତାଙ୍କ ବିଚାର । କହିବାକୁ ଗଲେ ଏହା ଜସଲିନଙ୍କ ନିଷ୍ପତି ଯେ ସେ ମୋତେ ବିବାହ କରିବାକୁ ଚାହୁଁଛନ୍ତି । ମୋତେ ଲାଗୁନ କି, ଏହି ମାମଲାରେ ତାଙ୍କର ହସ୍ତକ୍ଷପ କରିବା ନିହାତୀ ଜରୁରୀ ।

Comments are closed.